ପ୍ରଥମ ଇସ୍ରୋ ଓଡ଼ିଆ ମହିଳା ବୈଜ୍ଞାନିକ ସୁଷମାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ।

ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଦିବଂଗତ ସୁଷମାଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ସେ ମର୍ମାହତ ଥିବା ଉଲ୍ଲେଖ କରିଛନ୍ତି ପ୍ରତାପ।

ଓଡ଼ିଶାର ପ୍ରଥମ ମହିଳା ଇସ୍ରୋ ବଜ୍ଞାନିକ ଭାବେ ରାଜ୍ୟର ଗୌରବ ବଢ଼ାଇଥିହା ସୁଷମା କ୍ୟାନ୍‌ସର୍ ରୋଗରେ ପୀଡ଼ିତ ଥିଲେ। ଗୁଜୁରାଟ ଅହମଦାବାଦରେ ୬୭ ବର୍ଷରେ ତାଙ୍କର ପରଲୋକ ହୋଇଛି।


ଇସ୍ରୋରରେ ଏହି ପ୍ରଥମ ମହିଳା ଓଡ଼ିଆ ଡାକ୍ତର ୧୯୫୨ ମସିହା ଅକ୍ଟୋବର ୧୭ ତାରିଖରେ ଗଞ୍ଜାମର ଆସ୍କାରେ ଜନ୍ମଗ୍ରହଣ କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୧୯୭୪ ମସିହାରେ ବଟାନିରେ ଏମ୍‌ଏସ୍‌ସି କରିବା ପରେ ଆଇଆଇଟି ଖଡଗପୁରରୁ ୧୯୮୨ ମସିହାରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ୧୯୮୩ ମସିହାରେ ଇସ୍ରୋର ଅହମଦାବାଦ ସେଣ୍ଟର ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ରିମୋଟ୍ ସେନସିଙ୍ଗ ବିଷୟ ଉପରେ ଗବେଷଣା କରୁଥିଲେ ସୁଷମା। ଏଥିସହିତ ସେ ପାଖାପାଖି ୩୦ ବର୍ଷ ହେବ  ବିପର୍ଯ୍ୟୟ ପରିଚାଳନା, ବନ୍ୟା , ବାତ୍ୟା ଆଦି କ୍ଷେତ୍ରରେ ୩୦ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିଛନ୍ତି।

କେବଳ ସୁଷମା ନୁହଁନ୍ତି ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତୀମଧ୍ୟ ଇସ୍ରୋର ଜଣେ ବୈଜ୍ଞାନିକ। ସେ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଥିଲେ। ସୁଷମାଙ୍କର ଏକମାତ୍ର ପୁଅ ସୁଦୀପ ଚକ୍ରବର୍ତ୍ତୀ ପେସାରେ ଜଣେ ଇଞ୍ଜିନିୟର୍।

 

You might also like