• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ କାମଚଳା ବାଚସ୍ପତି ବିଧାନସଭା ଚଳାଉଥିବା ବେଳେ ଆଜି ହେବ ବାଚସ୍ପତି ନିର୍ବାଚନ। ବରିଷ୍ଠ ନେତା ତଥା ସାତ ଥର ବିଧାୟକ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି।

ଗତ ଗୁରୁବାର କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଆଜି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ଗୃହରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ବାଚସ୍ପତି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ।

ଗୃହର ପରମ୍ପରା ଅନୁସାରେ ନବ ନିର୍ବାଚିତ ବାଚସ୍ପତିଙ୍କୁ ପୋଡିୟମ ନିକଟକୁ ଗୃହର ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କାମଚଳା ବାଚସ୍ପତି ପାଛୋଟି ନେବେ।

୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ପାତ୍ର ୧୯୯୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରଠୁ ସେ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ପାତ୍ର ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ୨୦୦୦ ମସିହାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ୨୦୧୯ ମସିହାରେ ନିର୍ବାଚିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ବାଚସ୍ପତି ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ସ୍ୱୀକାର କରିଥିଲେ।

ଓଡ଼ିଶା ବିଧାନସଭା ଇତିହାସରେ ନନ୍ଦକିଶୋର ମିଶ୍ର ଓ ପ୍ରଦୀପ କୁମାର ଅମାତ୍ ସର୍ବାଧିକ ୭ବର୍ଷ (୨ଥରରେ) ଓ ପ୍ରସନ୍ନ କୁମାର ଦାଶ ୬ବର୍ଷ ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି।

Surya-patro-all-set-to-become-22nd-speaker-of-odisha-assembly-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories