• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଫୁଲବାଣୀ: ତିନି ବର୍ଷ ତଳେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିଲେ। ଆଉ ଗତକାଲି ତାଙ୍କର ବାହାଘର ହୋଇଛି। ତାଙ୍କ ନାଁ ଜ୍ୟୋତି ମାଡ଼କାମୀ।

ଜ୍ୟୋତି ଜଣେ କ୍ୟାଡର୍ ନକ୍ସଲ ଥିଲେ। ସେ ପ୍ରାୟ ୧୪ ବର୍ଷ ଧରି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ସକ୍ରିୟ ଥିଲେ। କିନ୍ତୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ୨୦୧୫ ଅକ୍ଟୋବର ୯ ତାରିଖରେ ସେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ।

ତାଙ୍କ ଆତ୍ମସମର୍ପଣ ନକ୍ସଲ ସଂଗଠନ ପାଇଁ ଶକ୍ତ ଝଟକା ଥିଲା। ତେଣୁ ତାଙ୍କ ଜୀବନପ୍ରତି ବିପଦ ରହିଥିଲା। ତେଣୁ ଆତ୍ମସମର୍ପଣ କରିବା ପରଠୁ ସେ ପୁଲିସ୍ ତତ୍ତ୍ୱାବଧାନରେ ରହି ଆସୁଛନ୍ତି।

ଗତକାଲି ଫୁଲବାଣୀ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ହୋଇଛି। ବାଲିଗୁଡ଼ା ଅନ୍ତର୍ଗତ ବାଟଗୁଡ଼ାର ରାହୁଲ ମଲ୍ଲିକଙ୍କୁ ସେ ବିବାହ କରିଛନ୍ତି।

ଏହି ବାହାଘର ପାଇଁ କନ୍ଧମାଳ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ପୁଲିସ୍‌ ଅଧିକାରୀ ଏହି ବିବାହ ଉତ୍ସବରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।

Surrendered-maoist-tie-the-knot-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories