ବାଟରେ ଅଟକିଲା ସୁରତ ଫେରନ୍ତା ବସ୍

ବିନିକା: ବାଟରେ ଅଟକିଲା ସୁରତ ଫେରନ୍ତା ବସ୍। ରାସ୍ତାରେ ଗଛ ପଡ଼ି ଥିବାରୁ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମ୍‌ଡି୍ଆର -୩୯ ଠାରେ ୫ଟି ସୁରତ ଫେରନ୍ତା ବସ୍‌ ଅଟକି ରହିଛି। ବସ୍‌ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି।

ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଛି। ଫଳରେ ରାସ୍ତା ଅବରୋଧ ହେବାସହ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ମଧ୍ୟ ଠପ୍ ହୋଇଯାଇଛି। ରାସ୍ତାରେ ଗଛ ପଡ଼ିଥିବାରୁ  ଏହି ବାଟ ଦେଇ ଯାଉଥିବା ୫ଟି ସୁରତ ଫେରନ୍ତା ବସ୍ ଅଟକି ରହିଛି। ଏହି ବସ୍‌ରେ ପ୍ରବାସୀ ଓଡ଼ିଆ ଅଛନ୍ତି।

ଖବରପାଇ ଘଟଣାସ୍ଥଳରେ ଏସ୍. ରାମପୁର ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି। ରାସ୍ତା ଉପରୁ ଗଛ ହଟାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ରାସ୍ତାରେ ଗଛ ପଡ଼ିଥିବାରୁ ଉଭୟ ପାର୍ଶ୍ୱରେ କିଛି ଗାଡ଼ି ଅଟକିଛି। ଆଉ କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେବବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like