ହେ ଭଗବାନ ! ଏମିତି ଟଙ୍କା ଖାଇଲେ, ରାଜ୍ୟ ରହିବ ତ?

ବର୍ଷିଲେ ସୁର

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏତେ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଲୋକଙ୍କର ହେରଫେର ହୋଇଥିବା ବାହାରିଲାଣି। ଏହା ଅତି ଅନ୍ୟାୟ ହୋଇଛି, ଏହାକୁ ଭଗବାନ ବି ସହିବେ ନାହିଁ। ଚାଷୀ କୂଳ ହତାଶ ହୋଇଗଲାଣି। ଥରେ ଚିନ୍ତା କରନ୍ତୁ କେଉଁ ପରିମାଣରେ ଏଠି ଦୁର୍ନୀତି ଚାଲିଛି। ଏମିତି ହେଲେ ଏ ରାଜ୍ୟ ରହିବ ତ? ବୋଲି ପ୍ରଶ୍ନ କରିଛନ୍ତି ସୁର। ଏ ଗରିବୀ ରାଜ୍ୟ, ଏଠାରେ ସମସ୍ତେ ପରିଶ୍ରମ କରି ଚଳନ୍ତି।

ଟଙ୍କା ଏମିତି ଖାଇଗଲେ ଭଗବାନ ସହିବେ ନାହିଁ। କେବଳ ରାଜ୍ୟରେ ଧାନ ଚାଷ ଗଣ୍ଡିଏ ହେଉଛି। ଅନ୍ୟ ସମସ୍ତ ସାମଗ୍ରୀ ଉପରେ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ଆଉ ଏପରି ସମୟରେ ଏମିତି ଟଙ୍କା ଖାଇଗଲେ କଣ ହେବ? ଏ ସମସ୍ତ ଟଙ୍କା ସମ୍ପର୍କରେ ଅନୁସନ୍ଧାନ ହେବାର ଆବଶ୍ୟକତା ରହିଥିବା ସୁର ଦାବି କରିଛନ୍ତି। ଯଦି ସରକାର ସଠିକ ଭାବରେ ଅନୁସୁନ୍ଧାନ କରନ୍ତି ନାହିଁ କିମ୍ବା କେଉଁଠି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ରିପୋର୍ଟ ନ ଦିଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଏକ ବଡ ଧରଣର ଆନ୍ଦୋଳନ କରିବ ବୋଲି ସୁର ଚେତାଇ ଦେଇଛନ୍ତି।

ଏହାସହ ସ୍ୱାସ୍ଥ୍ୟ ସେବା ଉପରେ ଜୋରସୋରରେ ବର୍ଷିଛନ୍ତି ସୁର। ସେ କହିଛନ୍ତି ଯେ, କରୋନା ସମୟରେ ଅନେକ ଘରୋଇ ମେଡିକାଲକୁ ବ୍ୟବହାର କରିଥିଲେ ରାଜ୍ୟ ସରକାର। କାହାକୁ ୪୦ କୋଟି ତ କାହାକୁ ୫୦ କୋଟି ଦେଇଥିଲେ। କେତେ ଟଙ୍କା କେଉଁ ରୋଗୀଙ୍କ ପାଇଁ ଖର୍ଚ୍ଚ ହୋଇଛି ଓ କେଉଁ କେଉଁ ଲୋକ ଏହାର ଲାଭ ପାଇଛନ୍ତି ତାହାର ଉତ୍ତରରେ ବି ତାଳମେଳ ନାହିଁ। କୌଣସି ପ୍ରଶ୍ନର ଉତ୍ତର ସଠିକ ଭାବରେ ରଖିନାହାନ୍ତି ସରକାର।

ଏଠାରେ ଗୋଟେ କୋଲାପ୍ସ ସରକାର ଚାଲିଛି ବୋଲି କହିଛନ୍ତି ସୁର। ଏହାସହ, ପୁଣି କରୋନା ମାଡ଼ି ଆସିଲାଣି। ଭୟଙ୍କର ପରିସ୍ଥିତି ଉପୁଜିବ। ପୁଣି ଗରିବୀ ଲୋକଙ୍କର ଟଙ୍କା ଖାଇବାକୁ ଏମାନେ ବ୍ୟବସ୍ଥା କରୁଛନ୍ତି। କରୋନା ସମୟରେ କେଉଁ ମେଡିକାଲକୁ କେତେ ଟଙ୍କା ଦିଆଯାଇଛି  ଓ କେତେ ରୋଗୀ କେଉଁ କେଉଁ ମେଡିକାଲରେ ଚିକିତ୍ସା ହୋଇଛନ୍ତି। ତାହାର ହିସାବ ମଧ୍ୟ ରାଜ୍ୟ ସରକାର ଦେବାକୁ ସୁର ଦାବି କରିଛନ୍ତି। ରୋଗୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି ତେଣୁ କେତେ ଟଙ୍କା ଜଣକ ପିଛା ଖର୍ଚ୍ଚ ହେଲା ତାହାର ରିପୋର୍ଟ ଦେବା ଲାଗି ସୁର କହିଛନ୍ତି।

You might also like