ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ବିଜେପୁର ଉପନିର୍ବାଚନରେ ପରାଜୟ ବରଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
ସେ କହିଛନ୍ତି, ବିଜେପୁରରେ କଂଗ୍ରେସ, ବିଜେପି ମରି ପଡ଼ିଥିଲେ। ବିଜେପୁରରେ କଂଗ୍ରେସର କିଛି ନ ଥିଲା, ପ୍ରାର୍ଥୀ ଏକା ଏକା ବୁଲୁଥିଲେ।’
ପୋଷ୍ଟର, ବ୍ୟାନର, ଅଫିସ, ଟଙ୍କା ମଧ୍ୟ କଂଗ୍ରେସ ପାଖରେ ନ ଥିଲା ବୋଲି ସେ ଦୋହରାଇଛନ୍ତି।
କେବଳ ସେତିକି ନୁହେଁ ବିଜେପିକୁ ତାତ୍ସଲ୍ୟ କରି ସୁର କହିଛନ୍ତି, କଂଗ୍ରେସ ଭଳି ବିଜେପିର ବି କିଛି ପୋଷ୍ଟର, ବ୍ୟାନର ନ ଥିଲା। ବିଜେପି ସେଠାରେ ବିଜେଡି ସହ ହାତ ମିଳାଇ ଦେଲା।
ସେ ଆହୁରି କହିଛନ୍ତି, ଶାସକ ଦଳ ସେଠାରେ ପ୍ରଚୁର ଟଙ୍କା ବାଣ୍ଟିଥିଲା, ମାଳ ମାଳ ନେତା ବି ଗଳି କନ୍ଦି ଜଗିଥିଲେ। ଏପରିକି ପୁରୁଷଙ୍କୁ ୨ ହଜାର, ମହିଳାଙ୍କୁ ୧୫୦୦ ଏବଂ ଯୁବକଙ୍କୁ ହଜାରେ ଟଙ୍କା ବଣ୍ଟାଯାଇଥିବା ସୁର ଅଭିଯୋଗ ଆଣିଛନ୍ତି।
ସୁର କହିଛନ୍ତି, ଯଦି ମୁଁ କହିଲି ବୋଲି ଆମେ ହାରିଲୁ ବୋଲି କହୁଛନ୍ତି, ତେବେ ମୁଁ ଦାୟୀ।
ଅନ୍ୟପକ୍ଷରେ ସୁରଙ୍କ ଏଭଳି ଅଭିଯୋଗ ଉପରେ ବିଜେଡି କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ।
https://youtu.be/mn4YGZICRus