”ପ୍ରମାଣ ନାହିଁ, କେବଳ ପବ୍ଲିସିଟି ପାଇଁ ଓଟିଭି ଷ୍ଟାଫଙ୍କୁ ଗିରଫ କରାଯାଉଛି “

ଏମିତି ଗିରଫଦାରି ଅନ୍ୟାୟ

ଭୁବନେଶ୍ୱର : ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫଦାରି ଘଟଣା । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ, ଏମିତି ଗିରଫଦାରି ଅନ୍ୟାୟ । କେବଳ ଓଟିଭି ଷ୍ଟାଫଙ୍କୁ ଗିରଫ, ପୋଲିସଙ୍କୁ କାହିଁକି ଗିରଫ କରାଗଲାନି ? ପ୍ରମାଣ ନାହିଁ, କେବଳ ପବ୍ଲିସିଟି ପାଇଁ ଗିରଫଦାରି ବୋଲି କହିଲେ ସୁର ।

ଠିକ ଭାବେ ଅନୁସନ୍ଧାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ପୋଲିସ ପୋଲିସକୁ ଚିହ୍ନଟ କରିପାରୁନି, କେବଳ ଓଟିଭି ଷ୍ଟାଫଙ୍କୁ ଚିହ୍ନଟ କରୁଛି । ଏହା ଚାପ ବ୍ୟତୀତ ଆଉ କିଛି ନୁହେଁ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

You might also like