• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ପୁଣି ବାହାରିଲାଣି କି ବାବାଙ୍କ ସେହି ପୁରୁଣା ରୋଗ। ପୁଣି ମେଲିଲାଣି କି ତ୍ରାହିଅଚ୍ୟୁତ ଆଶ୍ରମରେ ବ୍ୟଭିଚାରର ସାମ୍ରାଜ୍ୟ। ଏତଲା କପିରେ ଦର୍ଶାଯାଇଛି ନିର୍ବନ୍ଧ ସରିଥିବା ଗଂଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପୂଜା ବାହାନାରେ ରାତି ୩ଟାରେ ନିଜ କୋଠରୀକୁ ଡକାଇଥିଲେ ସୁରବାବା।

ଆଉ ଡକରା ପାଇବା ପରେ ସୁର ବାବାଙ୍କ ପରମ ଭକ୍ତ ତଥା ଆଶ୍ରମରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭାବୀ ସ୍ୱାମୀ ଆଉ ପରିବାର ଲୋକେ ନେଇଯାଇଥିଲେ ବାବାଙ୍କ ଅନ୍ଧାର କୋଠରୀକୁ। ସେହି କୋଠରୀ ଭିତରେ କମ୍ପ୍ରମାଇଜ୍ କରିବାକୁ କହିବା ସହ ତାଙ୍କୁ ଅସଦାଚରଣ କରିଥିଲେ ସୁରବାବା।

କିନ୍ତୁ ଯୁବତୀ ଜଣକ ଚିତ୍କାର କରିବା ପରେ ଭୟରେ ଯୁବତୀଙ୍କୁ ଛାଡ଼ିଦେଇଥିଲେ ସେ। ଅପରପକ୍ଷେ ସୁରବାବାଙ୍କ କଥା ନମାନିବାରୁ ସଂପୃକ୍ତ ଯୁବତୀଙ୍କୁ ତାଙ୍କ ଭାବୀ ସ୍ୱାମୀ ମାରପିଟ୍ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ।

ଗତ ୩ ତାରିଖରେ ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିବାବେଳେ ବର୍ତ୍ତମାନ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା।

ଗତକାଲି ତ୍ରାହି ଅତ୍ୟୁତ ଆଶ୍ରମରେ ଚଢ଼ଉ କରିବା ସହ ଜୋନ୍-୪ ଏସି୍ପିଙ୍କ ନେତୃତ୍ୱରେ ଜାରି ରହିଛି ଖୋଳତାଡ଼। ସୁର ବାବାଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ୍‌ କମିଶନର।

ବାବାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍‌ କରାଯିବା ସହ ୫ଦିନ ଭିତରେ ବାଲିପାଟଣା ଥାନାରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି। ସେହିପରି ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ପୁଲିସ୍‌ କମିଶନର।

୨୦୧୫ମସିହାରେ ସୁର ବାବାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଆଶ୍ରମ ପରିସରରେ ଘଟିଥିଲା ତୁମୂଳକାଣ୍ଡ। ସେହିପରି ଜମି ହଡ଼ପ ସହ ଅନ୍ୟାନ୍ୟ ୬ଟି ମାମଲାରେ ପୁଲିସ୍‌ ସୁରବାବାଙ୍କ ସମେତ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।

କ୍ରାଇମ୍‌ବ୍ରାଞ୍ଚ ଏସବୁ ମାମଲାର ତଦନ୍ତ କରୁଥିବାବେଳେ ଜେଲ୍‌ରୁ ଫେରିବା ପରେ ପୁଣି ଆସିଛି ଚାଞ୍ଚଲ୍ୟକର ଅଭିଯୋଗ।

Sura-baba-charged-with-sexual-assault-once-again
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories