ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ଦେଲେ ଏମିତି ରାୟ
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପଟିଆଲା ହାଉସ୍ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି।ସହମତି ଭିତ୍ତିକ ଆଲୋଚନାର ନିଷ୍କର୍ସ ଆସିବା ପରେ ଏହି ମାମଲାର ପରବର୍ତ୍ତୀ […]
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।
ପଟିଆଲା ହାଉସ୍ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି।ସହମତି ଭିତ୍ତିକ ଆଲୋଚନାର ନିଷ୍କର୍ସ ଆସିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
ପଢ଼ନ୍ତୁ: ହାଜର ପାଇଁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍