ମଠମନ୍ଦିର ଭାଙ୍ଗିବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ: ସୁପ୍ରିମକୋର୍ଟ

ପୁରୀ: ପୁରୀ ଶ୍ରୀମନ୍ଦିର ଚାରି ପାର୍ଶ୍ୱରୁ ଐତିହ୍ୟ ସଂପନ୍ନ ମଠମନ୍ଦିର ଭାଙ୍ଗିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ। ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରି ଆଜି ଏହା କହିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସବୁ ପକ୍ଷଙ୍କୁ ସାଥୀରେ ନେଇ ଚାଲିବା ସହ ଧର୍ମୀୟ ମୁଖ୍ୟଙ୍କ ସହ ଆଲୋଚନା କଲେ ଭଲ ବୋଲି କୋର୍ଟ ପରାମର୍ଶ ଦେଇଥିବା ଶୁଶାଣି ପରେ ଏଜି ଅଶୋକ ପରିଜା କହିଛନ୍ତି।

ତେବେ ସବୁ କିଛି ଆଇନ ଅନୁସାରେ କରାଯାଉଥିବା କୋର୍ଟଙ୍କୁ ଜଣାଯାଇଥିବା ଏଜି କହିଛନ୍ତି। ଆମେ ନିଜ ପକ୍ଷରୁ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କହିଥିଲୁ। ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ଷ୍ଟାଟସ ରିପୋର୍ଟ ଦେବୁ ବୋଲି ଏଜି କହିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ ତାରିଖରେ ହେବ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।

You might also like