ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦକୁ ବିରୋଧ ମାମଲା ଖାରଜ

ପୁରୀ : ଶ୍ରୀମନ୍ଦିର ଚାରିପଟର ୭୫ ମିଟର୍ ଯାଏ ଉଚ୍ଛେଦକୁ ବିରୋଧ ହୋଇ ଦାଏର ହୋଇଥିବା ମାମଲା ସୁପ୍ରିମକୋର୍ଟରେ ଖାରଜ। ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାମଲାକୁ ଆଜି ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ।

ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ମନ୍ଦିର ଚାରିପଟରେ ଥିବା ଐତିହ୍ୟରାଜିକୁ ସୁରକ୍ଷିତ ରଖିବାକୁ ସୁପାରିଶ ହୋଇଥିଲା। ତେବେ ଏବେ କାହିଁକି ଏସବୁକୁ ଭଙ୍ଗା ଯାଉଛି ବୋଲି କୋର୍ଟଙ୍କ ସମ୍ମୁଖରେ ଦର୍ଶାଇଥିଲେ ଚେନ୍ନାଇର ଜଣେ ସାଧାରଣ ବ୍ୟକ୍ତି ଓ ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍।

ହେଲେ ଆଲୋଚନା ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି, ଆଇନ ଅନୁସାରେ ଥଇଥାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପକ୍ଷ ରଖିଥିଲେ। ଏହାସହ ଆମିକସକ୍ୟୁରି ଓ ସଲିସିଟର ଜେନେରାଲଙ୍କୁ ପୁରୀ ଆସିବାକୁ ନିବେଦନ କରିଛନ୍ତି ଏଜି। ଯାହାକୁ ଗ୍ରହଣ କରିବା ସହ ଆସନ୍ତା ମାସ ୯ ଓ ୧୦ ତାରିଖରେ ଉଭୟେ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଉଚ୍ଛେଦ କାର୍ଯ୍ୟ ସହ ପରିସ୍ଥିତିର ଅନୁଧ୍ୟାନ କରିବେ ଉଭୟେ । ସେପଟେ ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ୱର ୧୭ ତାରିଖରେ

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like