ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ୬ ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ  କର୍ଣ୍ଣାଟକ, ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି।

ତେବେ ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। କିଛି ରାଜ୍ୟରେ ବେଆଇନ୍‌ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପି.ଏସ୍. ନରସିମ୍‌ହାଙ୍କୁ ଆମିକସ୍‌କ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ଦୁର୍ନୀତି ଅଭିଯୋଗର ତଦନ୍ତରେ ସହଯୋଗ କରିବେ।

You might also like