ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର : ହୋ ହାଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ଗୃହରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣର ସୁଧ ପଇଠ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହା ସହିତ ଏକକ ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।  ଶଶିଭୂଷଣ ବଜେଟ ଉପସ୍ଥାପନ କରୁଥିବା ବେଳେ ମଧ୍ୟ ବିଜେପି ସଦସ୍ୟ ଶିକ୍ଷକଙ୍କ ସମସ୍ୟାକୁ ନେଇ ହଟ୍ଟଗୋଳ କରୁଥିଲେ। ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବା ପରେ ବାଚସ୍ପତି ଗୃହକୁ ଅାସନ୍ତାକାଲି ସକାଳ ସାଢ଼େ ୧୦ଟା ଯାଏ ମୁଲବତୀ କରିଛନ୍ତି।

You might also like