ଜନ୍ମର ୩ ଦିନ ପରେ ଲୁହାକଣ୍ଟାରେ ଶିଶୁପୁତ୍ରର ପେଟକୁ ଚେଙ୍କ ଦେଲା ବାପା

ନବରଙ୍ଗପୁର: ଯେତେ ସେଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ପୁଣି ଶିଶୁକୁ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଛି। ଜନ୍ମର ୩ ଦିନ ପରେ ଶିଶୁପୁତ୍ରକୁ ଚେଙ୍କ ଦେଇଛି ବାପା। ଗୁରୁତର ହୋଇ ଶିଶୁଟି ଏବେ ମେଡିକାଲେ ଭର୍ତ୍ତି ହୋଇଛି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳ ମୋକିଆ ଗାଁର ଏଭଳି ଅନ୍ଧବିଶ୍ୱାସର ଘଟଣା ଘଟିଛି। ଗତ ୩୦ ତାରିଖରେ ଦୁର୍ମିଳା ବିଶି ନାମକ ମହିଳା ଚନ୍ଦାହାଣ୍ଡି ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ଜନ୍ମର ତୃତୀୟ ଦିନ ଶିଶୁଟି ଅଧିକ ମାତ୍ରାରେ କାନ୍ଦିବାରୁ ବାପା ଯଦୁ ବିଶି ଏକ ଲୁହାକଣ୍ଟା ଗରମ କରି ଶିଶୁର ପେଟରେ ବିଭିନ ସ୍ଥାନରେ ଚେଙ୍କ ଦେଇଥିଲେ।

ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରିବର୍ତ୍ତେ ଆହୁରି ବିଗିଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଶିଶୁ ବିଶେଷଜ୍ଞ।

 

You might also like