ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର:ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହଷ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ ପାଖରେ ରହିବ।  ଏହି ଦୃଶ୍ୟ ଆସନ୍ତାକାଲି ଅର୍ଥାତ୍‌ ୧୬, ୧୭ ଏବଂ ୨୫ ଓ ୨୭ ତାରିଖ ମଧ୍ୟ ଦୃଶ୍ୟ ହେବ।

ଏହି ତିନିଟ ଗ୍ରହ ଏପ୍ରିଲ ମାସ ସାରା ପାଖାପାଖି ରହିବେ । ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖାଯିବ।  ସେହିପରି ଶୁକ୍ରଗ୍ରହ ଖୁବ ଉଜ୍ଜଳ ହୋଇ ପଶ୍ଚିମ ଆକାଶରେ ସଂଧ୍ୟା ସମୟରେ ୩ ଘଣ୍ଟା ଧରି ଦୃଶ୍ୟ ହେବ। ଏପ୍ରିଲ ମାସ ସାରା ଏହି ମହାଜାଗତିକ ଦୃଶ୍ୟ  ଦେଖାଯିବ।

ତେବେ ୨୬ ଓ ୨୭ ତାରିଖରେ ଚନ୍ଦ୍ର ଶୁକ୍ର ଗ୍ରହର ଖୁବ ପାଖରେ ରହିବ । ଏହି ବିରଳ ଦୃଶ୍ୟକୁ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ଅନୁରୋଧ କରାଯାଇଛି ।

You might also like