• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ମହାବାତ୍ୟା ଅମ୍ପନ୍‌ ପ୍ରଭାବରେ ଆଜି ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷା ହୋଇପାରେ।

ଆଜି ରାତିରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୧୯ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ।  କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ମେ’ ୨୦ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ‍ବର୍ଷା ହୋଇପାରେ।  ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଉପକୂଳ ଅଞ୍ଚଳରେ ଥିବା କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ିପାରେ। ବିଦ୍ୟୁତ୍‌ ଖୁଣ୍ଟ, ରେଳ ଲାଇନ୍‌ ବି ପ୍ରଭାବିତ ହୋଇପାରେ। ପୂର୍ବର ବୁଲ୍‌ବୁଲ୍‌ ବାତ୍ୟା ଠାରୁ ଅମ୍ପନ୍‌ର ପ୍ରଭାବ ଅଧିକ ରହିବ।

Supercycloneamphan-heavy-to-very-rainfall-in-these-districts
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories