ଦମ୍ପତିଙ୍କ ସଂସ୍ପର୍ଶରେ ଆସି ୧୩ କରୋନାରେ ଆକ୍ରାନ୍ତ

ରାୟଗଡ଼ା: ସୁପରସ୍ପ୍ରେଡର ବନିଲେ ଦମ୍ପତି। ରାୟଗଡ଼ା ଗୁଣୁପୁର ଅଞ୍ଚଳର ଏକ ଦମ୍ପତିଙ୍କ ସଂସ୍ପର୍ଶରେ ଆସି ଅଞ୍ଚଳରେ ୧୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୫ ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ଥିବା ଜଣାପଡିଛି।

ସେହିଭଳି ରାଣୀଗୁଡ଼ା ଫାର୍ମ ଅଞ୍ଚଳରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବାରିଝୋଲାରୁ ଜଣେ ତାମିଲନାଡୁ ଫେରନ୍ତା ଓ ରାମନାଗୁଡା ବ୍ଲକ ଗୁଗୁପାଡୁରୁ ଆନ୍ଧ୍ର ଫେରନ୍ତା ଚିହ୍ନଟ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ମୋଟ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାୟଗଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।

ସ୍ଥିତିକୁ ନେଇ ବିଜୟନଗର ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣାକୁ ବଳବତ୍ତର ରଖାଯାଇଥିବାବେଳେ ରାଣୀଗୁଡ଼ା ଫାର୍ମର ମସଜିଦ ଲେନ୍, ବାରିଝୋଲା ଗାଁକୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ

You might also like