• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଜି ଆକାଶରେ ଦୃଶ୍ୟମାନ ହେଉଛି ସୁପର୍‌ମୁନ୍‌। ସାଧାରଣ ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ୬ ପ୍ରତିଶତ ବଡ଼ ଏବଂ ୨୫ ପ୍ରତିଶତ ଉଜ୍ଜଳର ଚନ୍ଦ୍ର ଦେଖାଯାଉଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ କହିବା କଥା, ଏହା ହେଉଛି ଏବର୍ଷର ସବୁଠୁ ଉଜ୍ଜଳତମ ପୂର୍ଣ୍ଣଚନ୍ଦ୍ର।

ସଂଧ୍ୟାରୁ ଦେଖାଯାଉଥିବା ଏହି ବିରଳ ପୂର୍ଣ୍ଣଚନ୍ଦ୍ର ଭୋର ଯାଏଁ ଦେଖାଯିବ। ମେଘୁଆ ପାଗ ଥିଲେ ତାହା ଢାଙ୍କି ହୋଇ ରହିବ, ତେଣୁ ଭଲ ଭାବେ ଦେଖିହେବ ନାହିଁ। ତେବେ ଏହାକୁ ଖାଲି ଆଖିରେ ଦେଖିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପଠାଣିସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।

ତେବେ କାହିଁକି ଦେଖାଯାଏ ଏହି ସୁପରମୁନ୍?

ଏ ସମ୍ପର୍କରେ ବୈଜ୍ଞାନିକଙ୍କ କହିବା, ଆମ ପୃଥିବୀ  ଚାରିପଟେ ଚନ୍ଦ୍ର ଅଣ୍ଡାକୃତି ଆକାରରେ ଘୁରିବୁଲୁଛି। ପୃଥିବୀଠୁ ଦୂରରେ ଥିଲାବେଳେ ୪ଲକ୍ଷ ୫ ହଜାର କିଲୋମିଟର ଏବଂ ପାଖରେ ଥିଲେ ୩ ଲକ୍ଷ ୬୫ ହଜାର କିଲୋମିଟର ଦୂରରେ ଥାଏ।

ତେବେ ପୃଥିବୀ ପାଖ ଦେଇ ଘୁରୁଥିବାବେଳେ ଯଦି ପୂର୍ଣ୍ଣମୀ ପଡେ ତେବେ ଚନ୍ଦ୍ର ଅପେକ୍ଷାକୃତ ବଡ଼ ଦେଖାଯାଇଥାଏ। ତେଣୁ ଏହାକୁ କୁହାଯାଏ ସୁପରମୁନ୍ ଅଥବା ପିଙ୍କ ସୁପରମୁନ୍ କୁହାଯାଏ।

କିନ୍ତୁ ପିଙ୍କ ସୁପରମୁନ୍ କହିବା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଆଜି ଦେଖାଯାଉଥିବା ଏହି ସୂପରମୁନ୍ ଏବର୍ଷ ଆଉ କେବେ ଦେଖାଯିବ ନାହିଁ।

Super-pink-moon-rises-tonight-the-biggest-full-moon-of-2020
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories