ଦୁଇ ମହଲା କୋଠା ଉଚ୍ଚରେ ମାଡ଼ି ଆସିପାରେ ଜୁଆର

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ମହାବାତ୍ୟା ଅମ୍ପନ । ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ଥିବାବେଳେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ତେବେ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନରେ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୯୫ କିମି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

ଲ୍ୟାଣ୍ଡଫଲ କରିବା ବେଳେ ମହାବାତ୍ୟାର ପ୍ରକୋପ ଭୟଙ୍କର ହେବ ବୋଲି କୁହାଯାଉଛି।  ଦୁଇ ମହଲା କୋଠା ଉଚ୍ଚରେ ମାଡ଼ି ଆସିବ ଜୁଆର । ବିଶେଷ କରି ପଶ୍ଚିମବଙ୍ଗର ସାଉଥ ପ୍ରଗଣା ଓ ନର୍ଥ ପ୍ରଗଣା ଅଞ୍ଚଳରେ ୨ ମହଲା କୋଠା ଉଚ୍ଚର ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ପୂର୍ବାନୁମାନ କରିଛନ୍ତି।

ସେହିପରି ମେଦିନାପୁର ଅଞ୍ଚଳରେ ୩ରୁ ୪ ମିଟର ଉଚ୍ଚର ଜୁଆର ଆସିବ । ଏହି ସମୟରେ ଉଠୁଥିବା ଉଚ୍ଚ ଜୁଆର ଯୋଗୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଲୁଣାପାଣି ଯୋଗୁ ସ୍ଥାନୀୟ ଅଞ୍ଚଳର ପିଇବା ପାଣି ନଷ୍ଟ ହୋଇଯି॥  ଚାଷ ଜମି କ୍ଷତିଗ୍ରସ୍ତ ହେବ ଓ ଦୁର୍ବଳ ଘର ଭାଙ୍ଗି ଯାଇପାରେ ବୋଲି ଆଶଙ୍କା କରିଛନ୍ତି IMD ଡିଜି ।

ବିଶ୍ୱରେ ଆଜିଯାଏ ଯେତେ ଉଚ୍ଚ ଜୁଆର ଆସିଛି ସବୁଠୁ ଉଚ୍ଚ ଜୁଆର ଏହି ଅଞ୍ଚଳରେ ବାତ୍ୟା ଯୋଗୁ ଆସିଛି । ପୂର୍ବରୁ ଏହି ଅଞ୍ଚଳରେ ସର୍ବାଧିକ ୧୩ ମିଟର ଉଚ୍ଚର ଜୁଆର ଆସିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

You might also like