• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଦୁର୍ବଳ ହେଉଛି ମହାବାତ୍ୟା ଅମ୍ପନ। ଧୀରେ ଧୀରେ ଶକ୍ତି ହରାଉଛି ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଇଏମ୍‌ଡି ଡିଜି  ଦେଇଥିବା ସୂଚନା ଅନୁସାରେ ମହାବାତ୍ୟା ଅମ୍ପନ ୬ ଘଣ୍ଟାରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହାର ପ୍ରଭାବ ପ୍ରଥମେ ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅନୁଭୂତ ହେବ । ପରେ ପରେ ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଓଡ଼ିଶାକୁ ବିଶେଷ ବିପଦ ନାହିଁ ବୋଲି କହିଛନ୍ତି ଡିଜି।

ସେ କହିଛନ୍ତି ସମୁଦ୍ର ମଧ୍ୟରେ ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅମ୍ପନ ।  ଆସନ୍ତାକାଲି କ୍ରମଶଃ ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ।  ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ । ସ୍ଥଳବିଶେଷରେ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ତଥାପି  ମହାବାତ୍ୟା ଅମ୍ପନର ମୁକାବିଲା ଲାଗି  ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି।  ଉତ୍ତର ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏ ସବୁ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।  ସେହିପରି ଯେଉଁ ସ୍ଥାନରେ ବାତ୍ୟାର ଅଧିକ ପ୍ରଭାବ ପଡିବା ଆଶଙ୍କା ରହିଛି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇବା ଲାଗି ରାସ୍ତା କଡ଼ରେ ଲାଗିଥିବା ହୋଡିଂ ଓ ବିଜ୍ଞାପନ ବୋର୍ଡଗୁଡିକୁ ହଟାଇ ଦିଆଯାଉଛି । ସୁରକ୍ଷିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ ବି କରାଇ ଦିଆଯାଉଛି ।

ବିଭିନ୍ନ ସ୍ଥାନରେ NDRF, ଓଡ୍ରାଫ ଟିମ୍ ମୁତୟନ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ବି ପ୍ରସ୍ତୁତ ଅଛନ୍ତି। ବାତ୍ୟା ମୁକାବିଲା ଲାଗି ୪ଟି ଜିଲ୍ଲା ପାଇଁ ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତି ଜିଲ୍ଲାରେ NDRFର ୧୨ଟି ଟିମ ମୁତୟନ ହୋଇଥିବା ବେଳେ ମୁଣ୍ଡଳିରେ ଆଉ ୮ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଓଡ୍ରାଫର ୧୫ ଟିମ ମୁତୟନ ହୋଇଥିବା ବେଳେ ଫାୟାର ସର୍ଭିସର ୧୪୭ ଟିମର ୮୭୬ ଜଣ କର୍ମଚାରୀ ସଜାଗ ରହିିଛନ୍ତି ।

ମହାବାତ୍ୟା ଅମ୍ପନ ପାଇଁ ଭଦ୍ରକରେ ହାଇଆଲର୍ଟ ଜିଲ୍ଲାର ବାସୁଦେବପୁର ଓ ଚାନ୍ଦବାଲି ବ୍ଲକକୁ ହାଇ ଆଲର୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏଥିସହ ଧାମରାର ଆଂଶିକ ଅଞ୍ଚଳରେ ମଧ୍ୟ ହାଇ ଆଲର୍ଟ ଜାରି କରିଛି ପ୍ରଶାସନ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

 

 

Super-cyclone-amphan-become-weak-01
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories