• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଏତେ ସଚେତନତା, କଠୋର ଦଣ୍ଡ, ଏସବୁ ପରେ ବି ଥମୁନି ଦୁଷ୍କର୍ମ ଘଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଘଟଣା ସମ୍ନାକୁ ଆସୁଛି।

ଏବେ ସୁନ୍ଦରଗଡ଼ ଭଷ୍କା ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଖବର। ଘରେ ଏକୁଟିଆ ପାଇଁ ୭ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍।

ସ୍ଥାନୀୟ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସହ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ପ୍ରଥମେ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇବା ସହ ତାପରେ ତାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ନାବାଳିକା ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ। ଏହାପରେ ଥାନାରେ ଏତଲା ପରେ ମାମଲାରେ ତଦନ୍ତ ଆରମ୍ଭ କରିଛି ସୁନ୍ଦରଗଡ଼ ଥାନା ପୁଲିସ୍।

ଅନ୍ୟପଟେ ବୌଦ୍ଧ ଜଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ଏଥିରେ ସହାୟତା କରିଥିବା ଅଭିଯୋଗରେ ସମ୍ପୃକ୍ତ ଯୁବକର ପତ୍ନୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।   ଗତ ୮ ତାରିଖ ରାତିରେ ଅଭିଯୁକ୍ତ ଅଭିମନ୍ୟୁ କହଁର ସମ୍ପୃକ୍ତ ଯୁବତୀଙ୍କୁ ଘରୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିମନ୍ୟୁର ସ୍ତ୍ରୀ ସହଯୋଗ କରିବା ସହ ସେ ପୀଡ଼ିତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ  ଗିରଫ କରିଛି।

Sundragarh-man-arrested-for-allegedly-raping-a-7-yr-old-girl1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories