କଂଗ୍ରେସ ଛାଡ଼ିଲେ ଯୋଗେଶ ସିଂହ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି କହିଛନ୍ତି।

ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଗତକାଲି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିଲା।

ବୁଧବାର ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫିୟତ୍‌ ଦେବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ନ ଦେବାରୁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ରାହୁଲ ଗାନ୍ଧିଙ୍କ ଆସନ୍ତା ୨୫ ତାରିଖ ଭୁବନେଶ୍ୱର ସମାବେଶରେ ଯୋଗ ଦେବେ ନାହିଁ ବୋଲି ମଧ୍ୟ ଯୋଗେଶ ସିଂ କହିଥିଲେ।

ଗତ କିଛିଦିନ ଧରି ବିଭିନ୍ନ ସମୟରେ ସେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ବି କରୁଥିଲେ। ଏହା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ନିଲମ୍ବନର ୨୪ ଘଣ୍ଟା ନ ପୂରୁଣୁ ସେ ଦଳରୁ ଇସ୍ତଫା ଦେଇଛନ୍ତି।

You might also like