ଫେରିଯିବ ସୁନ୍ଦରୀ : ବାଘୁଣୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍

କାହ୍ନାକୁ ଫେରିଯିବ ସୁନ୍ଦରୀ 

ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରିଯିବ ବାଘୁଣୀ ସୁନ୍ଦରୀ 

ସୁନ୍ଦରୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍

ଟିମ୍ ଆସି ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବ

ଭୁବନେଶ୍ୱର: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ । ତାକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍ ଆଜି ଆସିଛନ୍ତି । ଟିମରେ ଜଣେ ଏସିସିଏଫ୍ ଓ ଡାକ୍ତର ଅଛନ୍ତି । ଏହି ଟିମ୍ ସୁନ୍ଦରୀର ବ୍ୟବହାର, ଚାଲିଚଳଣ ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ । ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ ଜଣାଇବ ।

ସୁନ୍ଦରୀକୁ ରଖିବା ଲାଗି କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ଯନ୍ତା ରଖାଯାଇଛି। ତା ଭିତରକୁ ଘାସ ଖିଆଅଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ସ୍ୱଭାବିକ ଚରିତ୍ର ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯିବ । ତେବେ ସୁନ୍ଦରୀକୁ ଆଣିବା ଯେତିକି ବାଧା ଥିଲା, ସେତିକି ଶିକ୍ଷା ମଧ୍ୟ ଥିଲା ବୋଲି ପିସିସିଏଫ୍ ଶଶୀ ପଲ୍ କହିଛନ୍ତି  । ତେବେ ଏ ପ୍ରକଳ୍ପ ବିଫଳ ହୋଇନାହିଁ ଏନଟିସିଏ ନିୟମାବଳୀ ଆଧାରରେ ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ତେବେ ବାଘୁଣୀ ସୁନ୍ଦରୀକୁ ଯନ୍ତାରେ ଫେରାଇ ନିଆଯିବାକୁ ଉଦ୍ୟମ କରାଯିବ । ଏଥିପାଇଁ ଗାଡ଼ି ସାତକୋଶିଆ ଅଭିମୁଖେ ବାହାରି ସାରିଛି।  ତେବେ ପ୍ରଥମେ ସୁନ୍ଦରୀକୁ ଯନ୍ତାରେ ଭର୍ତ୍ତି କରିବାକୁ ଚେଷ୍ଟା କରାଯିବ, ତେବେ ଏଥିରେ ଧରାନଦେଲେ ପରେ ଟ୍ରାଙ୍କୁଲାଇଜ ବ୍ୟ‍ବସ୍ଥା କଥାଳ ଚିନ୍ତା କରାଯିବ ବୋଲି କହିଛନ୍ତି ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ । ଅନ୍ୟପଟେ ଏବ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ପୂରା ଭଲ ଥିବା କଥା ସେ ପ୍ରକାଶ କରିଛନ୍ତି। ଦିନେ ଦୁଇଦିନ ଭିତରେ ସୁନ୍ଦରୀ ଫେରିଯାଇପାରେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଦୁଇ ଜଣ ମଣିଷକୁ ମାରି ପକାଇବା ପରେ ୨୦୧୮ ନଭେମ୍ବର ମାସରୁ ସାତକୋଶିଆ ବନଖଣ୍ଡର ରାଇଗୁଡାରେ ଏକ ଏନକ୍ଲୋଜର ଭିତରେ ଦୁଇ ବର୍ଷ ହେବ ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ। ଲୋକଙ୍କ ଜୀବନ ଯିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ଏନକ୍ଲୋଜର ଭିତରେ ରହୁଛି ବାଘୁଣୀ।

 

You might also like