ବିଶ୍ରାର ଏସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ସୁନ୍ଦରଗଡ଼; ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ କରାଯାଇଛି ।

ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଡରେଇକେଲା ବସ୍ ଷ୍ଟପରୁ ବିଶ୍ରା ପୁରୁଣା ମାର୍କେଟ କଂପ୍ଲେକ୍ସ, ସେଠାରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ସେଠାରୁ ନୟା ବସ୍ତି ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ଏହାପରେ ଭାରତ ପେଟ୍ରୋଲିୟମ୍ ଛକ ଏବଂ ଭାରତ ପେଟ୍ରୋଲିୟମ ଛକରୁ ପୁଣି ଡରେଇକେଲା ବସ୍ ଷ୍ଟପ୍ ପଯର୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।

ଏ ଅଞ୍ଚଳରେ ସମସ୍ତ ଯାନ ବାହନ ଚଳାଚଳକୁ ବନ୍ଦ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ଏମାନଙ୍କୁ ପ୍ରଶାସନ ସହାୟତାରେ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।

 

You might also like