• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ୫ ଘଣ୍ଟା ବିଳମ୍ବରେ ସୁନାବେଶ
  • ଶ୍ରୀକ୍ଷେତ୍ରରେ ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ
  • ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ବେଶରେ ବିଳମ୍ବ
  • ଆପୋସ ଆଲୋଚନା ପରେ ବିଳମ୍ବରେ ଆରମ୍ଭ ହେଲା ସୁନାବେଶ
  • ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ
  • ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା

ପୁରୀ (ମଧୁସୂଦନ ମିଶ୍ରୀ/ପ୍ରଦୀପ ମହାନ୍ତି): ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ, ବେଶରେ ବିଳମ୍ବ ହୋଇଥିବା ନେଇ ସୂଚନା ମିଳିଛି। ଆଜି ପୌଷ ପୂର୍ଣ୍ଣିମାରେ ପ୍ରତିବର୍ଷ ପରି ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ। କିନ୍ତୁ ସେବା ବିଳମ୍ବ ଯୋଗୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ଆଜି ରତ୍ନସିଂହାସନରେ ଶ୍ରୀଜୀଉମାନେ 'ରାଜରାଜେଶ୍ୱର ବେଶ' ବା 'ସୁନାବେଶ'ରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା'ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବାର ପରମ୍ପରା ରହିଛି। ସେଠାରେ ମାଜଣା ଓ ବନକଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ ମଧ୍ୟ କରାଯାଏ। ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ସୁନାବେଶ ଅନୁଷ୍ଠିତ ହୁଏ। ଆଜି ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଉଛନ୍ତି।

ଏହାସହ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି। ନୂତନ ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ। ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା। ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା। ପୌଷପୂର୍ଣ୍ଣିମା ଅବସରରେ ଶାଢ଼ୀ ବନ୍ଧା ନୀତି କରାଯାଇଛି।

୧ବର୍ଷ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେବା ସହ ସମସ୍ତ ନୀତିକାନ୍ତି ସୁଚାରୁରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି। ଏବଂ ନାରାୟଣ ମୁଦିରସ୍ତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ପ୍ରଥା ରହିଛି ଗଜପତିଙ୍କ ପ୍ରତିନିଧି ରୂପେ ମୁଦିରସ୍ତ ସମସ୍ତ ନୀତିକାନ୍ତି କରିଥାନ୍ତି। ଜଣେ ନାବାଳକ ସେବାୟତ ମୁଦିରସ୍ତ ସେବା କରିଥାନ୍ତି। ଆଜି ସେହି କ୍ରମରେ ମୁଦିରସ୍ତ ପରିବାରର ନାବାଳକ  ସେବାୟତ, ନାରାୟଣ ମୁଦିରସ୍ତ ଙ୍କୁ ମୁଦିରସ୍ତ ଭାବେ ଶାଢ଼ୀ ବନ୍ଧାଯାଇଛି।

କୋଭିଡ଼ ସମୟରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ନାନ ମଣ୍ଡପରେ ସୁନା ଖଡ଼ିକାରେ ଗଜପତି ମହାରାଜା ଯେଉଁଭଳି ଛେରା ପହଁରା କରିଥାନ୍ତି ସେହି ସେବା ଆଦିତ୍ୟ ନାରାୟଣ ମୁଦିରସ୍ତ ସମ୍ପୂର୍ଣ୍ଣ କରିଥିଲେ। ସେହି ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା କୋଭିଡ ସମୟରେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ଯେଉଁ ନୀତିକାନ୍ତି ମହାରାଜା ଦିବ୍ୟସିଂହ ଦେବ କରିଥାନ୍ତି ସେହି ନୀତିକାନ୍ତି ମୂଦିରସ୍ତ ସମ୍ପାଦନ କରିଥାନ୍ତି।

ସେପଟେ ପୌଷ ପୂର୍ଣ୍ଣିମା ଅବସରରେ ପରମ୍ପରା ମୁତାବକ, ଶ୍ରୀନଅରରେ ଗଜପତିଙ୍କ ରାଜ୍ୟାଭିଷେକ ନୀତି ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଷପୁନି। ପିଲାଠାରୁ ବୟସ୍କ ସମସ୍ତେ ଖିଆପିଆ ସହ ନାଚଗୀତ ଆସରର ମଜା ଉଠାଇଛନ୍ତି।

ତେବେ ମୋଟ ଉପରେ କହିବାକୁ ଗଲେ, କରୋନା ପରେ ସ୍ୱତନ୍ତ୍ର ଏସଓପି ଅନୁସାରେ ଖୋଲିଛି ଶ୍ରୀମନ୍ଦିର। ପ୍ରଶାସନର କଟକଣା ମଧ୍ୟରେ ମନ୍ଦିରକୁ ପ୍ରବେଶ କରି କାଳିଆ ଠାକୁରଙ୍କୁ ଦେଖୁଛନ୍ତି ଭକ୍ତ। ଆଜି ସୁନାବେଶ ହେଉଥିବା କାରଣରୁ ଅନେକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ବିବାଦ ଯୋଗୁ ସେବା ୫ ଘଣ୍ଟା କାଳ ବିଳମ୍ବ ହୋଇଥିଲା।

Sunabesh-was-5-hours-late-due-to-a-dispute-between-the-servants
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories