ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍-୧୯ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ।

ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର ବଳଭଦ୍ର। ଦେବଦଳନ ରଥରେ ଅବର୍ଣ୍ଣନନୀୟ ଦେବୀ ସୁଭଦ୍ରାଙ୍କ ସୁବର୍ଣ୍ଣ ବେଶର ଶୋଭା। ଠିକ୍ ସେମିତି ନନ୍ଦିଘୋଷ ରଥରେ ଶଙ୍ଖ-ଚକ୍ର ଆୟୁଧ ଧାରଣ କରି ମନ ମୋହୁଛନ୍ତି ମୋହନିଆ ଠାକୁର କାଳିଆ ସାଆନ୍ତ।

ରଥଯାତ୍ରା ଅବସରରେ ଠାକୁରଙ୍କ ଏ ଅନନ୍ୟ ପର୍ବ ସଠିକ୍ ଭାବେ ଚାଲିଛି। ହେଲେ ଏଥର ଭକ୍ତଙ୍କ ଅନୁପସ୍ଥିତିରେ ବିରାଟ ଅଭାବ ଦେଖା ଦେଇଛି। ଯେଉଁ ଦୁଲର୍ଭ ବେଶକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡ ଫାଟି ପଡ଼ିବା କଥା ସେଠି ଆଜି ରାଜୁତି କରୁଛି ଅସମ୍ଭବ ନିରବତା। ଚର୍ମଚକ୍ଷୁରେ ମନଲୋଭା ସୁନାବେଶକୁ ଦେଖି କୃତ୍ୟକୃତ୍ୟ ହେଉଥିବା ଭକ୍ତକୁ ସିଂହଦ୍ୱାର ମନା। ତଥାପି ଦୁଃଖ ନାହିଁ, କାରଣ ଠାକୁରମାନଙ୍କ ଏ ଅପରୂପ ବେଶ ଲାବଣ୍ୟକୁ ଘରେ ବସି ଟିଭିରେ ଦେଖି ଆତ୍ମତୃପ୍ତି ଅନୁଭବ କରୁଛି ଭକ୍ତ।

ସୁନାବେଶରେ ଥିବାବେଳେ ହିଁ ରଥ ଉପରେ ହୋଇଛି ଠାକୁରମାନଙ୍କ ସା ଧୂପ ସାଙ୍ଗକୁ ସା ଆଳତି ଅପରାହ୍ନ ପାଖାପାଖି ୪ଟା ୫୦ବେଳକୁ ଆରମ୍ଭ ହୋଇଥିଲା ରଥ ଉପରେ ଶ୍ରୀଜିଉଙ୍କ ସ୍ୱର୍ଣ୍ଣ ଅଳଙ୍କାର ଲାଗି। ପ୍ରକ୍ରିୟା ତଥ୍ୟ ଅନୁସାରେ ଠାକୁରମାନଙ୍କୁ ଲାଗି ହୋଇଛି ପ୍ରାୟ ୧୩୮ ପ୍ରକାର ସୁନା-ରୂପା ଓ ଅନ୍ୟ ମୂଲ୍ୟବାନ ଧାତୁ ଖଚିତ ଅଳଙ୍କାର।

ମହାପ୍ରଭୁ ଜଗନ୍ନାଥ ଓ ବଳବଦ୍ରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ମୁଖ୍ୟ ଅଳଙ୍କାର ଗୁଡ଼ିକ ହେଲା, ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଆଡ଼କାନି, ହରିଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି ଓ ଝୋବା କଣ୍ଠି। ସେହିପରି ଆୟୁଧ ଭାବେ ଜଗନ୍ନାଥଙ୍କ ହସ୍ତରେ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଂଖ ଶୋଭା ପାଉଥିବାବେଳେ ବଳଭଦ୍ର ଧାରଣ କରିଛନ୍ତି ହଳ-ମୂଷଳ। ତେଣେ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭା ବଢ଼ାଇଥିବା ଅଳଙ୍କାର ସବୁ ହେଲା କିରୀଟ, ଓଡ଼ିଆଣି, କାନ ଚନ୍ଦ୍ର-ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତି ମାଳି।

ଟେଲିଭିଜନ ମାଧ୍ୟମରେ ସୁନାବେଶକୁ ଯେପରି ଭକ୍ତ ସ୍ପଷ୍ଟ ଦେଖି ପାରିବେ ସେଥିପାଇଁ ରଥ ଉପରେ କମ୍ ସେବାୟତଙ୍କୁ ରଖାଯାଇଛି।  କରୋନା କଟକଣା ଭିତରେ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ମାର୍କେଟ ଛକରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ଆଖପାଖ ସାହିରେ ୧୪୪ ଧାରା ଜାରି ହୋଇଛି। ଆସନ୍ତାକାଲି ଠାକୁରଙ୍କ ଅଧରପଣା ଓ ପରଦିନ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like