ଆଜି ଶ୍ରୀଜୀଉଙ୍କ ସୁନା ବେଶରେ ରହିଛି ବିଶେଷ ମହତ୍ତ୍ୱ

ପୁରୀ(ମଧୂସୁଦନ ମିଶ୍ର): ଆଜି ଶ୍ରୀଜିଉଙ୍କ ସୁନା ବେଶ। ଚଳିତ ବର୍ଷ ହରିଶୟନ ଏକାଦଶୀ ବଦଳରେ ଗରୁଡ଼ ଶୟନ ଦ୍ୱାଦଶୀରେ ଦୁର୍ଲଭ ସୁନାବେଶ ବା ବଡ଼ଚଢ଼ାଉ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସର୍ବଦା ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଉଥିବା ଶ୍ରୀଜିଉ ଆଜି ସୁନା ରୁପା ଆଦି ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ରଥ ଉପରୁ ଦର୍ଶନ ଦେବେ।

ଅପରାହ୍ନ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ରାତି ପ୍ରାୟ ୮ଟାରେ ସଂଧ୍ୟାଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବ ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ।
ରଥଯାତ୍ରା ଓ ବାହୁଡ଼ା ଭଳି ସୁନାବେଶରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ।

ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସହ ଓ୍ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଗତକାଲି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଶ୍ରୀମନ୍ଦିର ଅଭିମୁଖେ ଫେରିଥିଲେ ଚତୁର୍ଦ୍ଧାମୂର୍ତ୍ତି।

You might also like