ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ: ସୁମିତ୍ରା ଜେନା

ଭୁବନେଶ୍ୱର: ଟିକେଟ୍‌ ବଣ୍ଟନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବର୍ଷିଛନ୍ତି।

ସୁମିତ୍ରା ଜେନା କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଶକୁନି ରୋଲ କରୁଛନ୍ତି। ଉଭୟ ବାପ-ପୁଅ ବ୍ୟାବସାୟିକ ଡିଲ୍ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଦ ବ୍ୟବସାୟୀ ଓ ଖଣି ମାଫିଆଙ୍କୁ ଟିକେଟ୍ ଦିଆଯାଇଛି। ମେ’ ୨୩ରେ ପିସିସି ସଭାପତି ଏହାର ଜବାବ ପାଇବେ।  କଂଗ୍ରେସ ୫/୬ଟି ସିଟ୍ ପାଇବ। ପିସିସି ସଭାପତି ମହିଳାଙ୍କ ଲୁହରେ ଭାସିଯିବେ।”

 

You might also like