ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ପୁଅଙ୍କ ଆତ୍ମାହୁତୀ ଉଦ୍ୟମ

ଭଦ୍ରକ: ଜମି ଅନ୍ୟର ଦଖଲରେ। କୋର୍ଟରୁ ଡିଗ୍ରୀ ପରେ ବି ହଟୁ ନାହାନ୍ତି ଜବରଦଖଲକାରୀ।ଗୁହାରୀ କଲା ପରେ ବି ପୋଲିସ ଶୁଣୁନି। ଶେଷରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ହୋଇ ମାଆପୁଅ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କିରୋସିନ ଢାଳି ଡିଆସିଲ ମାରିବା ପୂର୍ବରୁ ସେମାନଙ୍କୁ କାବୁ କରି ନେଇଛି ପୋଲିସ।

ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଗାଁର ପଞ୍ଚାନନ ପାତ୍ର ଓ ତାଙ୍କ ମା’ ଜୋତ୍ସାରାଣୀଙ୍କ ଜମିକୁ ନେଇ ବିବାଦ ଦେଖା ଦେଇଛି। ଏନେଇ ପୂର୍ବରୁ ସେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଜମି ଜବରଦଖଲ ହୋଇଥିବା ନେଇ ପୁଲିସ୍‌, ତହସିଲଦାର, ଜିଲ୍ଲାପାଳଙ୍କ ନିକଟରେ ବହୁ ଥର ଅଭିଯୋଗ କରିଥିଲେ । ଏପରିକି କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ ଏବଂ କୋର୍ଟରେ ତାଙ୍କର ଡିଗ୍ରୀ ହୋଇଥିଲା। ତଥାପି ଜବରଦଖଲକାରୀ ନିୟମକୁ ମାନି ନ ଥିଲେ ।

ଫଳରେ  ମା’  ପୁଅ ପୁଣି ଗ୍ରାମାଞ୍ଚଳ ଥାନାର ଆଶ୍ରୟ ନେଇଥିଲେ। ଜମି ଫେରି ପାଇବା ପାଇଁ ଭଦ୍ରକ ଏସପିଙ୍କୁ ଭେଟିଥିଲେ । ଅଭିଯୋଗ ଶୁଣିବା ପରେ ଏସପି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କଇଛି ଫଳ ମିଳିଲାନି।   ଜବରଦଖଲକାରୀ ତାହାକୁ ଭ୍ରୁକ୍ଷେପ କରିନଥିଲେ । ଶେଷରେ ମା’ ଓ ପୁଅ ଭଦ୍ରକ ଏସପିଙ୍କୁ ଭେଟିବା ସହ କୌଣସି ସଠିକ ଉତ୍ତର ନପାଇବାରୁ ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ପୁଲିସ୍‌ କର୍ମୀ ଉଭୟଙ୍କୁ ଉଦ୍ଧାର କରିଛନ୍ତି ।

‘ ୧୦ ବର୍ଷ ହେଲା ଜମିକୁ ଚାଷ କରେଇ ଦେଉ ନାହାନ୍ତି। ପଡ଼ିଆ ପଡ଼ିଛି। ମୋ ପ୍ଲଟରେ ମାଟି ପକେଇ ଜବରଦସ୍ତ ଘର କରିଛନ୍ତି। ତହସିଲଦାର, କଲେକ୍ଟର ସମସ୍ତଙ୍କୁ କହିଲୁ। ପରିବାରର ୫ ଜଣ ସଦସ୍ୟ ଏଇ ୧୫ ଫୁଟ ଜମି ଉପରେ ନିର୍ଭର କରି ଚଳୁ। ଏବେ କେମିତି ଚଳିବୁ ?’  ବୋଲି କାନ୍ଦି କାନ୍ଦି କହିଛନ୍ତି ପଞ୍ଚାନନ।

You might also like