ଋଣ ଭାର ସହି ନପାରି ବାପାର ଆତ୍ମହତ୍ୟା, ଝିଅ ବାହାଘର ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ଆଣିଥିଲେ ରବୀନ୍ଦ୍ର

ସୋର(ଶଶିକାନ୍ତ ବେହେରା) : ଋଣ କରି ଅତି ଜାକଜମକରେ ଝିଅର ବିବାହ କରାଇଥିଲେ। ସୁରୁଖୁରୁରେ କନ୍ୟାଦାନ ସିନା କରିଦେଲେ, ହେଲେ ଠିକଣା ସମୟରେ କରଜ ଶୁଝିନପାରି ଶେଷରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ବାପା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ମାଣତ୍ରି ଅଞ୍ଚଳରେ। ମୃତକ ହେଲେ ମହନ୍ତ ସାହିର ରବୀନ୍ଦ୍ର ପରିଡା।

 ଗତ ମାର୍ଚ୍ଚ ମାସରେ ରବୀନ୍ଦ୍ର ପରିଡା ଝିଅ ବାହା ଦେଇଥିଲେ । ଜୀବନ ଯାକର ପୁଞ୍ଜି ଠୁଳ କଲା ପରେ ବି ଝିଅ ବିବାହ ପାଇଁ ଟଙ୍କା ନିଅଣ୍ଟ ହେଲା । ତେଣୁ ବାଧ୍ୟ ହୋଇ  ଫାଇନାନ୍ସ କମ୍ପାନି  ଦେଢ଼ ଲକ୍ଷ ଓ ଗାଁ ଲୋକଙ୍କଠାରୁ ରବୀନ୍ଦ୍ର ପରିଡା ୫୦ ହଜାର ଋଣ ଆଣିଥିଲେ ।

ମାତ୍ର କିଛିଦିନ ମଧ୍ୟରେ କରୋନା ମହାମାରୀ ଓ ଲକଡାଉନ ସଟଡାଉନ୍ ଯୋଗୁଁ ସେ କାମଧନ୍ଦା ହରାଇଥିଲେ । ମାସ ମାସ ଧରି ଘରେ ବସିରହିବାକୁ ଋଣ କିସ୍ତି ସୁଝି ପାରିନଥିଲେ । ଟଙ୍କା ନଦେବାରୁ ଫାଇନାନ୍ସ କର୍ମଚାରୀ ଓ ଗାଁରୁ ହାତ ଉଦ୍ଧାରି କରିଥିବା ଲୋକେ ତାଙ୍କ ଉପରେ ଚାପ ପକାଉଥିଲେ । ଅତି ଅସହ୍ୟ ହେବାରୁ ଜୁଲମ ସହିନପାରି ସେ ଆତ୍ମହତ୍ୟାକୁ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

You might also like