ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ; ଏଥର ୩ ଚାଷୀ

ଭୁବନେଶ୍ୱର: ଆଜି ପୁଣିଥରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି। ଏଥର କେଉଁ ପୀଡ଼ିତ ବାପାମା ନୁହଁନ୍ତି, ବରଂ ଅନ୍ନଦାତା ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି।

ଏହି ଚାଷୀମାନେ ହେଲେ ଆଠଗଡ଼ ଅଛଳର। ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ଚାଷୀମାନଙ୍କୁ ହଠାତ୍ କାବୁ କରିନେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷା କର୍ମଚାରୀ। କଟକ ସେଣ୍ଟ୍ରାଲ୍ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।

ଏହା ପୂର୍ବରୁ ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ତାଙ୍କ ବାପାମା ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ। ଆତ୍ମହୁତି ବେଳେ ଝିଅ ହତ୍ୟା ପାଇଁ ସେ ସିଧା ସିଧା ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ୍ କରିଥିଲେ।  ମନ୍ତ୍ରୀଙ୍କ ଲୋକ ତାଙ୍କ ଝିଅଙ୍କୁ ମାରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ମନ୍ତ୍ରୀ କିନ୍ତୁ ଏହାକୁ ଖଣ୍ଡନ କରିବା ସହିତ ସେ ହିଂସାକୁ ବିରୋଧ କରନ୍ତି ବୋଲି କହିଥିଲେ। ଏହି ମାମଲାର ତଦନ୍ତ ଏବେ ଜାରି ରହିଛି।

You might also like