ଯାଜପୁର : ବାତ୍ୟା ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ଚାଷୀକୁଳ ଖୁବ୍ ପ୍ରଭାବିତ ହୋଇଛନ୍ତି। ଉଜୁଡି ଯାଇଛି ହେକ୍ଟର ହେକ୍ଟର ଆଖୁ ଚାଷ। ଜିଲ୍ଲାର ବଡ଼ଚରା ବ୍ଲକ୍ ଅଧୀନ ସାଉଡିଆ, ବରପଦା, ନିଆଳି, ବାଲିକୁଦା ଆଦି ଅଂଚଳରେ ଆଖୁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି।
ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ କିପରି ନିଜ କରଜ ସୁଝିବେ, ସେନେଇ ଚିନ୍ତାରେ। ଏପରିକି ଚାଷରେ କ୍ଷତି ସହିବା ଆଶଙ୍କାରେ ସ୍ଥାନୀୟ ସାଉଡିଆ ଅଂଚଳର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସେପଟେ ବାତ୍ୟା ହେବାର ୪ ଦିନ ବିତିଯାଇଥିଲେବି କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ କଥା ବୁଝିବାକୁ ଆସିନଥିବାରୁ ଅସନ୍ତୋଷ ଦେଖାଦେଇଛି।