ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି।

ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍‌ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା କଳାର ଚିତ୍ର ସହ କ୍ୟାପସନରେ ଲେଖିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଶୀଘ୍ର ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।”

ଏହି ବାଲୁକା କଳା ଉପରେ ସୁଦର୍ଶନ ପଟ୍ଟନାୟକଙ୍କ ବାର୍ତ୍ତା ଲେଖାଯାଇଛି। ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କ ପଛ ପଟେ ଆମେରିକାର ପତାକା ରହିଛି। ଶ୍ରୀ ପଟ୍ଟନାୟକ ଏହି ଚିତ୍ର ଟ୍ୱିଟରରେ ସେୟାର କରିବା ପରେ ଏହା ତୁରନ୍ତ ଭାଇରାଲ ହୋଇଥିଲା। ଏହି ଫଟୋଟି ସେୟାର ହେବା ପରେ ୩.୮ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିବା ସହ ଅନେକ ରିଟ୍ୱିଟ୍ ମଧ୍ୟ କରିଛନ୍ତି।

ହ୍ୱାଇଟ୍ ହାଉସର ଚିକିତ୍ସକ ସଚିନ କନଲିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ରେମଡେସିଭିରର ଦ୍ୱିତୀୟ ଡୋଜ ସମାପ୍ତ କରିଛନ୍ତି ଏବଂ ପଜିଟିଭ ଜଣାପଡ଼ିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଯଥେଷ୍ଟ ଉନ୍ନତି ଘଟିଛି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like