ଏମିତି ଆମ ରାସ୍ତା କାମ, ଖାଲି ହାତରେ ଉଠିଆସୁଛି ପୁଳାପୁଳା ପିଚୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନ ମାନର କାମ ଅଭିଯୋଗ ହୋଇଛି।  ଖାଲି ହାତରେ ଉଠିଆସୁଛି ପୁଳାପୁଳା ପିଚୁ। ଲୋକମାନେ ପିଚୁକୁ ଉଠାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରାସ୍ତାରୁ ପିଚୁ ଉଠିଯାଉଥିବା ଦୃଶ୍ୟକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି  ୟୁଥ ଏଗେନ୍ସଷ୍ଟ କରପସନ, ଯୋଖିପାଲି। ଏଥିରେ ଦର୍ଶାଯାଇଛି, ଲାଞ୍ଜିଗଡର ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଏଭଳି ନିମ୍ନମାନର କାମ କରାଯାଉଛି। ଯେଉଁ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରମାନେ ଏହାର ନିର୍ମାଣ କାମରେ ସାମିଲ ହୋଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଏନେଇ ସୋସିଆଲ ମିଡିଆରୁ ଜାଣିବା ପରେ ରାସ୍ତା ନିର୍ମାଣ କାର୍ଯ୍ୟର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନା। ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ତିନି ଚାରି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like