କରୋନା ମୁକାବିଲା ପାଇଁ ବାଗଚୀ ଦେଲେ ଅଢ଼େଇ କୋଟି

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ। ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ଭାବେ କରୋନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କର ସୁନ୍ଦର ଉପସ୍ଥାପନ ଶୈଳୀ ଯୋଗୁ ସେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା ହେଉଥିଲା। ଏବେ ପୁଣି ଥରେ କରୋନା ମୁକାବିଲା ପାଇଁ ବଡ଼ ଆକାରରେ ଅର୍ଥ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବାଗଚୀ।

Skilling Odisha | ROTARY NEWS

ସୁବ୍ରତୋ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥରାଶି ବଲାଙ୍ଗିର ଜିଲ୍ଲାରେ ଖର୍ଚ୍ଚ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ବାଗ୍‌ଚୀ।

ଟ୍ୱିଟ୍‌ରେ ତାଙ୍କର ବଲାଙ୍ଗିର୍‌ରେ ଥିବା ଏକ ଭଙ୍ଗା ଘରର ଫଟୋ ଅପ୍‌ଲୋଡ୍ କରି ଲେଖିଛନ୍ତି, ” ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଏହି ସରକାରୀ ଘରେ ମୋ ମା’ ମୋତେ ଜନ୍ମ ଦେଇଥିଲେ। ଏହି ପାଟଣାଗଡ଼ରେ ସୁସ୍ମିତା ମଧ୍ୟ ପ୍ରଥମ କରି ସ୍କୁଲ୍ ଯାଇଥିଲେ। ଏବେ ଋଣ ପରିଶୋଧର ସମୟ ଆସିଛି।  ବଲାଙ୍ଗିରରେ କୋଭିଡ୍‌ ମୁକାବିଲା କାର୍ଯ୍ୟରେ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠିକୁ ୨.୫ କୋଟି ଟଙ୍କା ଦାନ କଲି।”


କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ଭାବେ ସୁବ୍ରତୋ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଟିଭି ମାଧ୍ୟମରେ ଲୋକଙ୍କୁ ଅବଗତ କରାଉଥିଲେ। ତାଙ୍କ ମୁହଁରୁ କରୋନା ସମ୍ପର୍କରେ ବିସ୍ତୃତ ବିବରଣୀ ଶୁଣିବା ପାଇଁ ଲୋକେ ସାଢ଼େ ୪ଟା ପୂର୍ବରୁ ଟିଭି ପାଖରେ ବସି ରହୁଥିଲେ। କେତେବେଳେ ଗପ ମାଧ୍ୟମରେ ଲୋକଙ୍କୁ ବୁଝାଉଥିଲେ ତ ଆଉ କେତେବେଳେ ଜଗନ୍ନାଥଙ୍କ କଥା କହି କରୋନା ସହିତ ଲଢ଼ିବାକୁ ଲୋକଙ୍କୁ ସାହସ ଦେଉଥିଲେ। ତାଙ୍କର ଏପରି କମ୍ୟୁନିକେସନ ଶୈଳୀ ଯୋଗୁ ଖୁବ୍‌ କମ୍‌ ଦିନରେ ସେ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ ହୋଇସାରିଥିଲେ।

Pruning minds | Lifestyle – Gulf News

ତେବେ ହଠାତ୍ ଟିଭି ପରଦାରୁ ସେ କୁଆଡ଼େ ଗାଏବ୍‌ ହୋଇଗଲେ। କରୋନା ସୂଚନା ଦେବା ପାଇଁ ପୂର୍ବଭଳି ଆଉ ଟିଭି ସାମ୍ନାକୁ ଆସିଲେ ନାହିଁ। ଫଳରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳିଲା। କଥା ଏମିତି ଶୁଣିବାକୁ ମିଳିଲା ଯେ ସରକାର କୁଆଡ଼େ ତାଙ୍କ ଲୋକପ୍ରିୟତାଙ୍କୁ ଡରି ତାଙ୍କୁ ଏହି ପଦବୀରୁ ବହିଷ୍କାର କରିଛନ୍ତି। ତେବେ ଏ ନେଇ କୌଣସି ସଠିକ୍ ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ତେବେ ଘଟଣା ଯାହା ହେଉ ନା କାହିଁକି ଏହି ବିପଦ ସମୟରେ ସୁବ୍ରତୋ ସହାୟତାର ହାତ ବଢ଼ାଇଥିବାରୁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆଉ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ମିଶି ରାଜ୍ୟ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୨ କୋଟି ୫୦ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି। ତେବେ ତାଙ୍କର ଏଭଳି ସହାୟତା ପ୍ରଦାନ ପ୍ରଥମ ନୁହେଁ। ପୂର୍ବରୁ ଫନି ବେଳେ ବି ସେ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like