IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଲେ ବାଗଚୀ

ଭୁବନେଶ୍ୱର: କୋଭିଡ୍ ସ୍ଥିତି ପରିଚାଳନା ଦାୟିତ୍ୱରୁ ୯ ଜଣ IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡ଼ିଥାଏ। ରଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ।

ସେ ଆହୁରୁ କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରକୁ ନୂଆ ଯୋଦ୍ଧା ନଆସିଲେ ସମସ୍ତେ କ୍ଲାନ୍ତ ହୋଇଯିବେ। ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ଦାୟିତ୍ୱକୁ ଫେରା ନଗଲେ ପ୍ରଶାସନିକ ସମସ୍ୟା ଦେଖାଦେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଥିବା କହିଛନ୍ତି ସୁବ୍ରତ ବାଗଚୀ।

ଅପରପକ୍ଷେ ହେମନ୍ତ ଶର୍ମାଙ୍କୁ କୋଭିଡ୍ କିଟ୍ ପର୍ଚେଜ କମିଟିରୁ ଅବ୍ୟାହତି ହେବା ପରେ ଯେଉଁ ଦୁର୍ନୀତି କଥା ଉଠିଥିଲା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ। କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନି। କୋଭିଡ଼ ଯୋଦ୍ଧାଙ୍କୁ ହତୋତ୍ସାହ ପାଇଁ ଚେଷ୍ଟା ଚାଲିଛି। ଯେଉଁ ରାଜନୈତିକ ଦଳ ଦୁର୍ନୀତି କଥା କହୁଛନ୍ତି, ତାର ତଦନ୍ତ କରାନ୍ତୁ। ହାଇକୋର୍ଟ ବା ଅନ୍ୟାନ୍ୟ ସଂସ୍ଥା ଜରିଆରେ ତଦନ୍ତ କରାଇ ପାରିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like