ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋନପୁର: ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍‌ପିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏସ୍‌ପି ଓ ଅନ୍ୟ ୨ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍‌ପି ଏହି ଗାଡ଼ିରେ ସୋନପୁର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ଗାଡ଼ିଟି କୌଣସି କାରଣରୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

You might also like