ସୁବର୍ଣ୍ଣପୁର: କିଛିଦିନ କରୋନା ପ୍ରଭାବ ହ୍ରାସପାଇ ୪୦୦ ତଳକୁ ଖସିଥିବାବେଳେ ଆଜି ଉପରମୁହାଁ ହୋଇଛି। ଆଜି ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥିତିରେ ସୁବର୍ଣ୍ଣପୁରରୁ ଆସିଛି ଆଶ୍ୱସ୍ତିର ଖବର।
କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୬୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର କରୋନାମୁକ୍ତ ହୋଇ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ସୂଚନାଥାଉ କି, ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩,୨୪,୭୯୬ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୧୯,୮୫୦। ଆକ୍ଟିଭ କେସ ରହିଛି ୩୦୭୩।
କରୋନା ମୁକ୍ତ ହେଲା ସୁବର୍ଣ୍ଣପୁର ଜିଲ୍ଲା। ଜିଲ୍ଲାରୁ କେତେ ରୋଗୀ ଚିହ୍ନଟ ହୋଇଥିଲେ, କେତେ ଆଖି ବୁଜିଛନ୍ତି ଜାଣନ୍ତୁ। #CoronaVirusUpdates #Odisha pic.twitter.com/ZQiaFLgz57
— ଓଟିଭି (@otvkhabar) December 16, 2020