ସବ୍‌ଜୁନିୟର ରାଜ୍ୟ ଜୁଡୋ ଚାମ୍ପିୟନସିପ୍ ଅାରମ୍ଭ

ଭୁବନେଶ୍ୱର : କୁନି କୁନି ଜୁଡୋକାଙ୍କ ମଧ୍ୟରେ କାଣ୍ଟେ କି ଟକ୍କର। ଭୁବନେଶ୍ୱର ଜୁଡୋ ହଲରେ ଚାଲିଥିବା ରାଜ୍ୟ ସବ୍ ଜୁନିୟର ଜୁଡୋ ଚାମ୍ପିୟନସିପ୍‌ରେ ଉଭୟ ବାଳକ ଓ ବାଳିକା ବର୍ଗରେ ହେଉଛି ଲଢେଇ। ଜାତୀୟ ଜୁଡୋ ପ୍ରତିଯୋଗିତାରେ କିଏ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ସେଥିପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ମୁକାବିଲା। ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀମାନେ ଜାତୀୟ ଚାମ୍ପିୟନସିପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

ରାଜ୍ୟ ସବ୍-ଜୁନିୟର ଜୁଡୋ ଚାମ୍ପିୟନସିପ୍‌ରେ ୧୮ଟି ଜିଲ୍ଲା ଓ ୟୁନିଟରୁ ୩ ଶହ ପ୍ରତିଯୋଗୀ  ଭାଗନେଇଛନ୍ତି। ୧୦ରୁ ୧୫ବର୍ଷ ବୟସର ବିଭିନ୍ନ ଓଜନ ବର୍ଗରେ ପ୍ରତିଯୋଗିତା ହେଉଛି। ସ୍ୱର୍ଣ୍ଣ ପଦକ ବିଜେତା ମାନେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ହାସଲ କରିବେ।

ସେପ୍ଟେମ୍ବର ୭ ତାରିଖରେ ହିମାଚଳ ପ୍ରଦେଶର ଉନାଠାରେ ହେବ ଜାତୀୟ ସବ୍-ଜୁନିୟର ଜୁଡୋ ଚାମ୍ପିୟନସିପ୍‌।

You might also like