• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବରଗଡ଼: କୋବ୍ରା ସହ ବେଆଇନ୍‌ ଷ୍ଟଣ୍ଟ ଭିଡିଓ କରିବା। ଆଉ ଏହାପରେ ଏହି ଭିଡିଓକୁ ଅନ୍‌ଲାଇନ୍‌ ସାଇଟରେ ପୋଷ୍ଟ କରି ହଜାର ହଜାର ଟଙ୍କା ଇନ୍‌କମ୍‌ କରିବା। ବରଗଡ଼ ଜିଲ୍ଲାରେ ଏଭଳି ଅନେକ ଭିଡିଓ ଦେଖିବାକୁ ମିଳିଛି। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦାବି ହୋଇଛି।

ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଗୁଡ଼ିକରେ ନାଗସାପକୁ କେତେବେଳେ ହାତରେ ଧରି ପୁଣି କେତେବେଳେ କିସ୍ କରୁଥିବାର ଦୃଶ୍ୟ ରହିଛି। ବନ୍ୟପ୍ରାଣୀ ଆଇନ ଅନୁସାରେ, ସରିସୃପ ସହ ଭିଡିଓକୁ ଭାଇରାଲ୍ କରିବା ଅପରାଧ। ତେବେ ଏସବୁ ହେଉଛି କିପରି? କୋବ୍ରାକୁ ଧରି ଷ୍ଟଣ୍ଟ ଦେଖାଇବା ପାଇଁ ଏମାନେ ଅନୁମତି ପାଇଛନ୍ତି ତ?

ବିଷଧର କୋବ୍ରାସହ ଏପରି ଷ୍ଟଣ୍ଟ ପଛରେ ବରଗଡ଼ ଅଞ୍ଚଳର ଜଣେ ଯୁବକ ଅଛନ୍ତି। ଏହି ଯୁବକ ନିଜ ପୋଷ୍ଟିଂରେ ଏଭଳି ଅନେକ ଫଟୋ ଓ ଭିଡିଓ ଉତ୍ତୋଳନ କରି ଅପଲୋଡ୍ କରିଛନ୍ତି। ଯାହାକୁ ନେଇ ଏବେ ଦେଖାଦେଇଛି ବିବାଦ। ଏନେଇ ଓ୍ୱାଇଲ୍ଡ୍ ଲାଇଫ୍ ଓ୍ୱାର୍ଡନ ଶୁଭେନ୍ଦୁ ମଲ୍ଲିକ ପିସିସିଫ୍ ଏବଂ ବନ୍ୟପ୍ରାଣୀ କ୍ରାଇମ୍‌ କଣ୍ଟୋଲ ବ୍ୟୁରୋରେ ଅଭିଯୋଗ କରିଛନ୍ତି। କୋବ୍ରା ସହ ଷ୍ଟଣ୍ଟ ଭିଡିଓ ଅନ୍‌ଲାଇନ ଛାଡ଼ି କାରବାର କରୁଥିବା ଯୁବକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

କେତେବେଳେ ବାଥରୁମରେ, କେତେବେଳେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଭିଡିଓକୁ ଭାଇରାଲ କରାଯାଇଛି। କିଛି ଦିନ ତଳେ ହାତୀ ସହ ସେଲଫି ଉଠାଇ ଜଣଙ୍କର ଜୀବନ ଯାଇଥିବା ବେଳେ, ଭାଲୁ ସହ ସେଲଫି ଉଠାଇ ମଧ୍ୟ ଜଣଙ୍କର ଜୀବନ ଯାଇଥିଲା। ଆଉ ଏବେ ଅନଲାଇନରେ ବିଷଧର କୋବ୍ରା ସହ ଷ୍ଟଣ୍ଟକୁ ନେଇ ବିଭାଗୀୟ ଅଧିକାରୀଙ୍କ ଅକଲ ଗୁଡୁମ ହୋଇଯାଇଛି।

 

Stunt-with-cobra-video-viral-in-bargarh-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories