୧୯ ତାରିଖରୁ ହ୍ୱାଟସ୍‌ଆପ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଜାରି  ହୋଇଛି ୨ୟ ପର୍ଯ୍ୟାୟ ଲକଡାଉନ୍। ଲକ୍‌ଡାଉନ ସମୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି। ତେଣୁ ଏହି ସମୟରେ ହ୍ୱାଟସ୍‌ଆପ୍‌ ଜରିଆରେ ପାଠ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ । ଶିକ୍ଷା ସଂଯୋଗ ନାମକ ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏଁ ଛାତ୍ରଛାତ୍ରୀ ପାଠ ପଢ଼ିବେ।

ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ ହେବ ।  ଏନେଇ ଜିଲ୍ଲାର ସବୁ ବିଇଓ ଏବଂ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରଙ୍କୁ ଚିଠି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ।  ସବୁ ଶ୍ରେଣୀ ପାଇଁ ଯେପରି ହ୍ୱାଟସ୍‌ଆପରେ ଏକ ଗ୍ରୁପ କରାଯିବ। ସେଥିପାଇଁ ଚିଠି ଜରିଆରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀତ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଦୀକ୍ଷା ମୋବାଇଲ୍ ଆପ୍, ଉଜ୍ଜ୍ୱଳା ଏବଂ ଉତ୍‌ଥାନ ଓଡ଼ିଶା ଡାଉନ ଲୋଡ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।  ଆସନ୍ତା ୧୯ ତାରିଖରୁ ଜୁନ୍ ୨୦ ପର୍ଯ୍ୟନ୍ତ ଏଭଳି ପଦ୍ଧତିରେ ଅନଲାଇନ୍ ଶିକ୍ଷାଦାନ ଜାରି ରଖିବାକୁ ସମସ୍ତ ବିଇଓ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

You might also like