ପରୀକ୍ଷା ହେବନି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍

ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଖୋଲିବନି ସ୍କୁଲ, ସେପଟେ ଅଫଲାଇନରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି ।  ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ।


ଏବେ ପିଲାମାନଙ୍କର କ୍ଲାସ ହେଉନି, ଅନଲାଇନୀରେ ପରୀକ୍ଷା କରିବା ମଧ୍ୟ ସମ୍ଭବ ନାହିଁ। ବିକଳ୍ପରେ କିଛି ନଥିବାରୁ ଏପରି ନିଷ୍ପତ୍ତି ନେବାକୁ ପଡ଼ୁଛି। ଗତବର୍ଷ ଭଳି ବର୍ତ୍ତମାନ ସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବପର ନୁହେଁ । ମାର୍ଚ୍ଚରେ ଖରା ପ୍ରବଳ ହେଉଥିବା ବେଳେ ମେରେ ସ୍କୁଲ ଖୋଲିବା ସମ୍ଭବପର ନାହିଁ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ଏପରି ହିଁ ସ୍ଥିର ହୋଇଛି । କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫଲାଇନରେ କରାଯିବ। ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ନହୋଇ ନୂତନ ଶିକ୍ଷାବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ ।

 

You might also like