କଟକ: କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ‘ବୋଷ୍’ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ୍’ ଗେଟ୍ ସମ୍ମୁଖରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି।
ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଖବର ପାଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
https://youtu.be/MyJ774TtxMc