ପାଣି ପାଇଁ ତାତିଲେ ଛାତ୍ରଛାତ୍ରୀ

ଦାବି ପୂରଣ ନହେଲେ ପାଠପଢା ବର୍ଜନ ନେଇ ଧମକ

ଯାଜପୁର  : ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।  ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଅା ପାଣି ବାହାରୁଥିବା ଅଭିଯୋଗ ହୋଇଅାସୁଛି।

ପାଣି ସମସ୍ୟା ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରୁ ପାଣି ଅଣାଯାଉଛି । ଏନେଇ ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ନମିଳିବାରୁ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଏପଟେ ସମସ୍ୟାର ସମାଧାନ ନହେବା ଯାଏ ପାଠପଢା ବର୍ଜନ କରି ଧାରଣା ଜାରି ରଖିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ପିଲା। ସ୍କୁଲ କର୍ତ୍ତୃପକ୍ଷ ଏନେଇ ସ୍ଥାନୀୟ ସରପଂଚ, ବିଡିଓ, ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ତେବେ ପାନୀୟ ଜଳ ଯୋଗାଣ ବିଭାଗ ଏହି ସମସ୍ୟାର ସମାଧାନ କରିବେ ବୋଲି ରସୁଲପୁର ବିଡିଓ କହିଥିବାବେଳେ କ୍ୟାମେରା ସାମ୍ନାରେ କିନ୍ତୁ ସମାନ କଥା କହିବାକୁ ମନା କରିଦେଇଛନ୍ତି।

You might also like