ଶିକ୍ଷକ ପଦବୀ ପୂରଣ ଦାବିରେ ହଷ୍ଟେଲ୍ ଛାଡ଼ିଲେ ଛାତ୍ରୀ

ଗଜପତି : ଖାଲି ଥିବା ଶିକ୍ଷକ ପଦବୀକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ । ଶିକ୍ଷକ ପଦବୀ ପୂରଣ ଦାବିରେ ହଷ୍ଟେଲ ଛାଡ଼ିଲେ ପିଲା । ମୋହନା ଜିରାଙ୍ଗ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ିଛନ୍ତି । ଏହାସହ ହଷ୍ଟେଲ୍‌ରେ ବିଦ୍ୟୁତ୍, ପାଣି ବ୍ୟବସ୍ଥା ଠିକ୍ ଭାବେ ଉପଲବ୍ଧ ହେଉନଥିବାରୁ ହଷ୍ଟେଲ ଛାଡ଼ିଥିବା କୁହାଯାଉଛି ।

ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଏହି ସବୁକୁ ନେଇ ଦାବି ହୋଇ ଅାସୁଥିଲା । ତେବେ ଏନେଇ କୌଣସି ପଦକ୍ଷେପ ନିଅାଯାଇନଥିବା ଅଭିଯୋଗ ହୋଇଛି । ଅାଜି ଛାତ୍ରୀ ହଷ୍ଟେଲ୍ ଛାଡ଼ିବା ପରେ ଅଧା ବାଟରୁ ଅଟକାଇଲେ ଜିଲ୍ଲା ମଙ୍ଗଳ ଅଧକାରୀ । ଚନ୍ଦ୍ରଗିରି ନିକଟରେ ଛାତ୍ରୀଙ୍କୁ ବୁଛାସୁଝା କରି ହଷ୍ଟେଲ୍ ଫେରାଇ ଅଣାଯାଉଥିବା ସୂଚନା ମିଳିଛି।

You might also like