ଗାଁ ଭାଗବତ ଟୁଙ୍ଗୀରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ପ୍ରାଥମିକ ସ୍କୁଲର ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡିଛି

ସୁବର୍ଣ୍ଣପୁର ( ରବୀନ୍ଦ୍ର ହୋତା) : ଗାଁ ଭାଗବତ ଟୁଙ୍ଗୀ ପାଲଟିଛି ସ୍କୁଲ ଘର। ଟୁଙ୍ଗୀର ଛୋଟିଆ କୋଠରୀରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ଶିକ୍ଷକ କେଉଁ ଶ୍ରେଣୀ ପିଲାଙ୍କୁ କଣ ବୁଝାଉଛନ୍ତି କିଛି ଜଣାପଡୁ ନାହିଁ।

ଆମେ କୌଣସି ସ୍କୁଲର କଥା କହୁନୁ, ସୁବର୍ଣ୍ଣପୁର ଜିଲ୍ଲା ତରଭା ମାଙ୍କଡ଼ଚୁଆଁ ଗାଁର ଭାଗବତ ଟୁଙ୍ଗୀରେ ଏମିତି ଦେଖିବାକୁ ମିଳିଛି। ଗାଁ ପ୍ରାଥମିକ ସ୍କୁଲର ନିର୍ମାଣ କାମ ସରିନଥିବାରୁ ବାଧ୍ୟ ହୋଇ ପିଲା ପଢୁଛନ୍ତି ଗାଁର ଏହି ଭାଗବତ ଟୁଙ୍ଗୀରେ।

ଗତ ୭ ମାସ ହେଲା ପ୍ରାଥମିକ ସ୍କୁଲର ଘର କାମ ଚାଲିଛି। ଏଯାଏ ସରିପାରିନାହିଁ। ଅଧାପନ୍ତରିଆ ହୋଇ ପଡିଛି। ସେପଟେ ସ୍କୁଲର ନିର୍ମାଣ କାମ ନସରୁଣୁ ଅଧିକାଂଶ ସ୍ଥାନ ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ତରଭା ବିଡିଓ କହିଛନ୍ତି, ଘର ନିର୍ମାଣ କାମ କାହିଁକି ବିଳମ୍ବ ହେଉଛି ତାହାର ତଦନ୍ତ କରାଯିବ ଏବଂ ଏହା ସହ  ସ୍କୁଲ କାମ ଶୀଘ୍ର ସାରିବାକୁ ଉଦ୍ୟମ କରାଯିବ।

You might also like