ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ତେଜୁଛି ଛାତ୍ର ଅସନ୍ତୋଷ ; ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ବିଭିନ୍ନ ସ୍ଥାନରେ ଛାତ୍ର ଅଶାନ୍ତି ଜାରି ରହିଛି। ରାଜଧାନୀର ବିଭିନ୍ନ କଲେଜରେ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ, ନିଷ୍ପତ୍ତିକୁ ବିରୋଧ କରି ବ୍ରହ୍ମପୁର ଏବଂ ବାରିପଦାରେ ମଧ୍ୟ ଛାତ୍ରମାନେ ମନ୍ତ୍ରୀଙ୍କ କୁଶପତ୍ତଳିକା ଦାହ କରିଛନ୍ତି।

କଲେଜ ଗେଟ୍‌ରେ ତାଲା ସହ ଫାଟକ ଆଗରେ ଧାରଣା ଦାବି, ସରକାର ତୁରନ୍ତ ନିଷ୍ପତ୍ତିକୁ ବଦଳାନ୍ତୁ  ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ଶନିବାର ଏଭଳି କିଛି ପ୍ରତିବାଦ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରେ।  ଛାତ୍ରମାନେ ମୁଖ୍ୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ସହ କଲେଜ ଅଧ୍ୟକ୍ଷାଙ୍କୁ ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରିବାକୁ ପଡିଥିଲା।

ସେହିପରି ଭଂଜ ବିହାର ପରିସରରେ ଏବିଭିପି ପକ୍ଷରୁ ଆନ୍ଦୋଳନ କରାଯିବା ସହ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ସେପଟେ ଭୁବନେଶ୍ୱରର ରାଜଧାନୀ ଓ ଦେବରାୟ କଲେଜରେ ମଧ୍ୟ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀ କଲେଜରେ ଛାତ୍ରମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ଦେବରାୟ କଲେଜରେ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ପାଠକରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

ଉତ୍ତର ଓଡ଼ିଶାରେ ମଧ୍ୟ ଛାତ୍ର ଅଶାନ୍ତି ଦେଖାଦେଇଛି। ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଏବିଭିପି ପକ୍ଷରୁ ଫାଟକରେ ତାଲ ପକାଇ ଆନ୍ଦୋଳନ କରାଯାଇଥିଲା। ଏହାସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସେହିପରି ଢେଙ୍କାନାଳ ମହାବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ସେଠାରେ ମଧ୍ୟ ଏବିଭିପି ପକ୍ଷରୁ ମନ୍ତ୍ରୀଙ୍କ ପୋଷ୍ଟର ପୋଡି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like