ଛତା ଧରି ସ୍କୁଲ ଆଗରେ ଛାତ୍ରୀଙ୍କ ଧାରଣା

ରାୟଗଡ଼ା: ଛତା ଧରି ସ୍କୁଲ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଆଗରେ ଛାତ୍ରୀ ମାନେ ଛତା ଧରି ଠିଆ ହୋଇ ରହିଛନ୍ତି।

ପ୍ରଧାନ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଏହି ଧାରଣା ଦିଆଯାଇଛି।  ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ସର୍ବେଶ୍ୱର ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ ସ୍କୁଲରେ ତାଙ୍କର ଆବଶ୍ୟକତା ଥିବା ଦର୍ଶାଇ ତୁରନ୍ତ ତାଙ୍କ ବଦଳି ନିର୍ଦ୍ଦେଶ ବାତିଲ କରାଯାଉ ବୋଲି ଦାବି ହୋଇଛି।

 

 

You might also like