ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

ଅଫଲାଇନରେ +୩ ତୃତୀୟ ସେମିଷ୍ଟର ପରୀକ୍ଷାକୁ ବିରୋଧ, ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିବା ବେଳେ ଲାଠି ଚାଳନା

ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲାଠି ମାଡ଼ । ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା ପରେ ପୋଲିସର ଲାଠି ମାଡ଼ । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିଛନ୍ତି । ଆଉ ସେତିକି ବେଳେ ଲାଠି ଚାଳନା କରିଛି ପୋଲିସ୍  । ବିଶ୍ୱ ବିଦ୍ୟାଳୟ ସମେତ କୁଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା ହୋଇଛି  । ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛି ।

ସୂଚନାଯୋଗ୍ୟ ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟରେ ଉତ୍ତେଜନା ସାମାନ୍ୟତମ ଥମିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ମୁତୟନ ହୋଇଛନ୍ତି । ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପ୍ରମୁଖ ଗେଟ ବାହାରେ ଅଛନ୍ତି । ଭିସିଙ୍କ ବିଲ୍ଡିଂ ଅବସ୍ଥା କହିଲେ ନସରେ । ସବୁ ଆସବାବପତ୍ର ଭାଙ୍ଗି ଯାଇଥିବା ସହ ଏସି, କୁଲର, ସାନିଟାଇଜର ମେସିନ ପରି ଅନେକ ମୂଲ୍ୟବାନ ସାମଗ୍ରୀ ଭଙ୍ଗାରୁଜା କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟ କୂଳପତି କହିଛନ୍ତି, ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସେ କହିଛନ୍ତି, ଛାତ୍ରମାନେ କୌଣସି ଦାବି ନଜଣାଇ  କେବଳ ଏକ ଚିଠି ପ୍ରଦାନ କରିଛନ୍ତି । ନିଜକୁ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନର ଲୋକ କହି ପ୍ରଥମେ ବିଶ୍ୱବିଦ୍ୟାଳୟ ଭିତରକୁ ଧଶେଇ ପଶିଥିଲେ । ତେବେ  ଚିଠିରେ କୌଣସି ଦାବି ଉପସ୍ଥାପନ ହୋଇନଥିବାରୁ କୂଳପତି ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ହେଲେ କିଛି ନଶୁଣି ସେମାନେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ ।

You might also like