• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବ୍ରହ୍ମପୁର: ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି। ବ୍ରହ୍ମପୁର ସରକାରୀ ଆଇଟିଆଇର ୱାର୍କସପ୍ ଗୁଡ଼ିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ୍‌ ତଥା ଅଦରକାରୀ ଜିନିଷରୁ ବହୁ ସୁନ୍ଦର ପ୍ରତିକୃତି ତିଆରି ହେଉଛି।

ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଅଦରକାରୀ ପଦାର୍ଥ ସବୁ ଜୀବନ୍ତ ହୋଇ ଉଠିଛି। ଏବେ ସେହି ସ୍କ୍ରାପ୍‌ରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର।

ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍କ୍ରାପ୍‌ ମ୍ୟୁଜିୟମରେ ବିଶାଳକାୟ ହଲିଉଡ୍‌ ଫିଲ୍ମର ନେଗେଟିଭ ଚରିତ୍ର ପ୍ରିଡେଟର ନିର୍ମାଣ ଚାଲିଛି। ଛାତ୍ରଛାତ୍ରୀମାନେ ଦୀର୍ଘ ୧୨ ଫୁଟ ଉଚ୍ଚ, ୫୫୦ କିଲୋ ଓଜନର ଏହି ପ୍ରତିକୃତି ବନାଉଛନ୍ତି।

ଟ୍ରାକ୍ଟର ଇଞ୍ଜିନ ଗିଅର, ବିଅରିଙ୍ଗ, ଚେନ୍, ସକ୍ଅବଜର ମଧ୍ୟ ଏଥିରେ ବ୍ୟବହାର କରାଇଛି। ବିଶାଳକାୟ ପ୍ରିଡେଟରକୁ ତିଆରି କରିବାକୁ ୧୫ରୁ ୨୦ ଦିନ ଲାଗିଲାଣି।

ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ପ୍ରିଡେଟର ନିର୍ମାଣ ଶେଷ ହେବା ପରେ ଏହା ବ୍ରହ୍ମପୁରବାସୀଙ୍କୁ ଉତ୍ସର୍ଗ କରାଯିବ। ଏହାକୁ ଦେଖି ଆଇଟିଆଇ ଶିକ୍ଷାର ଜ୍ଞାନ କୌଶଳ ବିଷୟରେ ଲୋକେ ଜାଣିପାରିବେ ଓ ଟେକ୍ନିକାଲ୍‌ ପଢ଼ା ପ୍ରତି ଆଗ୍ରହ ବଢ଼ିବ ବୋଲି ଜଣାପଡ଼ିଛି।

(ବ୍ରହ୍ମପୁରରୁ ଫିନୋଜଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ)

https://youtu.be/LmNq3-7Jnh8

Students-make-predator-model-out-of-scrap-materials2455
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories